ରାଜ୍ୟ ସରକାରଙ୍କୁ ଡୋଜ୍ ପିଛା ୬୦୦ ଓ ଘରୋଇ ହସ୍ପିଟାଲ ମାନଙ୍କୁ ୧୨୦୦ ଟଙ୍କାରେ ମିଳିବ ‘କୋଭାକ୍ସିନ୍’ ଟିକା

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ‘କୋଭାକ୍ସିନ୍’ ଟିକାର ଦର ଘୋଷଣା କରିଛି | କମ୍ପାନୀ କହିଛି ଯେ ରାଜ୍ୟ ସରକାରଙ୍କ ପାଇଁ ଡୋଜ ପିଛା ୬୦୦ ଟଙ୍କା ଏବଂ ଘରୋଇ ହସ୍ପିଟାଲକୁ ଡୋଜ ପିଛା ୧୨୦୦ ଟଙ୍କାରେ ଟିକା ଦିଆଯିବ। ଭାରତ ବାୟୋଟେକ କହିଛି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ‘କୋଭାକ୍ସିନ୍’ ଡୋଜର ଦର ଘୋଷଣା କରାଯାଇଛି।

ଏହାପୂର୍ବରୁ ବୁଧବାର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ନିଜ କୋଭିଡ-୧୯ ଟିକା ‘କୋଭିଶିଲ୍ଡ’ର ମୂଲ୍ୟ ସ୍ଥିର କରିଥିଲା । ରାଜ୍ୟ ସରକାରଙ୍କ ପାଇଁ ଏହି ଟିକା ୪୦୦ ଟଙ୍କା ପ୍ରତି ଡୋଜ୍ ଏବଂ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କାରେ ମିଳିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ କେନ୍ଦ୍ର ସରକାର ପୂର୍ବ ଭଳି ୧୫୦ ଟଙ୍କାରେ ‘କୋଭିଶିଲ୍ଡ’ ଟିକା କିଣିବେ ବୋଲି କମ୍ପାନୀ କହିଛି।

Comments are closed.