ଲୋକପ୍ରିୟ ଟିଭି ଅଭିନେତ୍ରୀ ଚିତ୍ରାଙ୍କ ଆତ୍ମହତ୍ୟା

ଚେନ୍ନାଇ – ଲୋକପ୍ରିୟ ଟିଭି ଅଭିନେତ୍ରୀ ଚିତ୍ରା କାମରାଜ ଓରଫ୍ ଭିଜେ ଚିତ୍ରା ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ଚେନ୍ନାଇର ନସରପେଟ୍ ଅଞ୍ଚଳରେ ଥିବା ଏକ ହୋଟେଲରୁ ଚିତ୍ରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପାରିପାଶ୍ୱିର୍କ ସ୍ଥିତିରୁ ସ୍ପଷ୍ଟ ହୋଇଛି । କିଛିଦିନ ତଳେ ଜଣେ ଜଣାଶୁଣା ବ୍ୟବସାୟୀ ହେମନ୍ତ ରବିଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା । ତା’ପରଠୁ ଦୁହେଁ ଏକାଠି ରହୁଥିଲେ । ଚିତ୍ରାଙ୍କ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ । ଏହି ମାମଲାରେ ପୋଲିସ ରବିଙ୍କୁ ଅଟକ ରଖି ପଚରାଉଚରା କରୁଛି । ଚିତ୍ରାଙ୍କ ଏଭଳି ଅଚାନକ ମୃତ୍ୟୁ ଖବର ପରେ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଟିଭି ସିରିଏଲ୍ ‘ପାଣ୍ଡିଆନ୍ ଷ୍ଟୋର୍‌ସ’ରେ ଅଭିନୟ ପାଇଁ ଚିତ୍ରା ଲୋକପ୍ରିୟତା ଅର୍ଜନ କରିଥିଲେ । ଏହାଛଡ଼ା ସେ ଆହୁରି କେତେକ ହିଟ୍ ସିରିଏଲରେ ଅଭିନୟ କରିଥିଲେ । ସେ ଜଣେ ଭଲ ଡ୍ୟାନ୍ସର ବି ଥିଲେ ।

Comments are closed.