ଶିଳ୍ପାୟନ ଜରିଆରେ ବନ୍ଦର ଭିତ୍ତିକ ବିକାଶ ଉପରେ ନବୀନଙ୍କ ଗୁରୁତ୍ୱ, ଆସନ୍ତାମାସରେ କାର୍ଯ୍ୟକ୍ଷମ ହେବ ରାଜ୍ୟ ମାରିଟାଇମ୍ ବୋର୍ଡ

ଭୁବନେଶ୍ୱର- ଦକ୍ଷିଣ-ପୂର୍ବ ଏସିଆର ମୁଖଶାଳା ହେବ ଓଡିଶା । ଶିଳ୍ପାୟନ ଜରିଆରେ ବନ୍ଦର ଭିତ୍ତିକ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଗରମାଳା ଯୋଜନାରେ ବନ୍ଦର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ପାରାଦୀପ ସହ ରାଜ୍ୟର ଅନ୍ୟ ବନ୍ଦରର ବିକାଶକୁ ତ୍ୱରାନ୍ୱିତ କରାଯିବ । ଆସନ୍ତାମାସରେ ରାଜ୍ୟ ମାରିଟାଇମ୍ ବୋର୍ଡ କାର୍ଯ୍ୟକ୍ଷମ ହେବ । ବନ୍ଦର ବିକାଶରେ ମାରିଟାଇମ୍ ବୋର୍ଡ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବ । ପ୍ରକଳ୍ପ କାର୍ଯ୍ୟକାରିତାରେ ଅନ୍ତଃ-ବିଭାଗୀୟ ସମନ୍ୱୟକୁ ଗୁରୁତ୍ୱ ଦିଆଯାଉଛି । ନିର୍ଦ୍ଧାରିତ ସମୟରେ ସବୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.