ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ୍ ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ – ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ୍ ସିହ୍ନାଙ୍କ ଶୁକ୍ରବାର ସକାଳେ ଏଠାରେ ପରଲୋକ ହୋଇଯାଇଛି । କୋଭିଡ-୧୯ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବରିଷ୍ଠ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ତାଙ୍କୁ ୬୮ ବର୍ଷ ହୋଇଥିଲେ।

ଅଧିକାରୀଙ୍କ କହିବା ଅନୁସାରେ, ଗୁରୁବାର ରାତିରେ ସିହ୍ନା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ବିହାର କ୍ୟାଡରର ୧୯୭୪ ବ୍ୟାଚ୍ ର ଅଧିକାରୀ ସିହ୍ନା ଭାରତ-ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସ (ଆଇଟିବିପି) ଏବଂ ରେଳ ସୁରକ୍ଷା ବଳର ନେତୃତ୍ୱ ନେଇଥିଲେ। ୨୦୧୨ରେ ସିବିଆଇ ମୁଖ୍ୟ ହେବା ପୂର୍ବରୁ ପାଟନା ଏବଂ ଦିଲ୍ଲୀ ସିବିଆଇରେ ସେ ବରିଷ୍ଠ ପଦବୀର ଦାୟିତ୍ବ ସମ୍ଭାଳିଥିଲେ ।

Comments are closed.