ୟୁପି ପଞ୍ଚାୟତ ନିର୍ବାଚନ: ଉନ୍ନାଓ ବଳାତ୍କାର ମାମଲାର ଦୋଷୀ ନେତାଙ୍କ ପତ୍ନୀଙ୍କୁ ଟିକେଟ୍ ଦେଲା ବିଜେପି

ଲକ୍ଷ୍ନୌ – ବହୁ ଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତଥା ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କତ୍ତପତ୍ନୀଙ୍କୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ବିଜେପି ।

ଦଳର ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବଙ୍କ ଦ୍ୱାରା ଜାରି ତାଲିକା ଅନୁଯାୟୀ କୁଲଦୀପଙ୍କ ପତ୍ନୀ ଫତେପୁର ଚୌରାଶୀର ୨୨ ନମ୍ବର ୱାର୍ଡରୁ ବିଜେପି ଟିକେଟ୍‌ରେ ପଞ୍ଚାୟତ ନିର୍ବାଚନ ଲଢ଼ିବେ ।

ଉଲ୍ଲେଖଯୋଗ୍ୟ ଯେ, ଉନ୍ନାଓର ଜଣେ ନାବାଳିକାକୁ ବଳାତ୍କାର ମାମଲାରେ କୁଲଦୀପ ସିଂହ ସେଙ୍ଗାରଙ୍କୁ ଦିଲ୍ଲୀର ଏକ କୋର୍ଟ ଡିସେମ୍ବର ୨୦୧୯ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ମାମଲାର ଦୋଷୀ ସାବ୍ୟସ୍ତ ହେବା ପରେ ବିଧାୟକ ଭାବେ ତାଙ୍କ ସଦସ୍ୟତା ରଦ୍ଦ ହୋଇଥିଲା ।

କୁଲଦୀପଙ୍କ ପତ୍ନୀଙ୍କୁ ପଞ୍ଚାୟତ ନିର୍ବାଚନ ପାଇଁ ଟିକେଟ୍ ଦେବା ନେଇ ବିଜେପିକୁ ଟାର୍ଗେଟ୍ କରିଛି ସମାଜବାଦୀ ପାର୍ଟି । ସମାଜବାଦୀ ପାର୍ଟିର ପ୍ରବକ୍ତା ରାଜେନ୍ଦ୍ର ଚୌଧୁରୀ କହିଛନ୍ତି , ଗୋଟିଏ ପଟେ ବିଜେପି ରାଜ୍ୟକୁ ଅପରାଧ ମୁକ୍ତ କରିବା ପାଇଁ କହୁଛି, କିନ୍ତୁ ସେହି ଦଳ ହିଁ ଅପରାଧୀ ମାନଙ୍କୁ ପ୍ରେତ୍ସାହିତ କରୁଛି ।

Comments are closed.