ଅକ୍ସିଜେନ ସିଲିଣ୍ଡର ରିଫିଲିଂ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- ଅକ୍ସିଜେନ ସିଲିଣ୍ଡର ରିଫିଲିଂ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସଂଖ୍ୟା ବଢାଇବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସିଲିଣ୍ଡର ପରିବହନ ପାଇଁ ଆବଶ୍ୟକ ଗାଡି ବନ୍ଦୋବସ୍ତ କରାଯିବ । ଗୋଟିଏ କେନ୍ଦ୍ରରେ ଅତିକମ୍‌ରେ ଗୋଟିଏ ଗାଡି ରହିବା ଆବଶ୍ୟକ । ଅକ୍ସିଜେନ୍ ସିଲିଣ୍ଡର ପରିବହନ ଗାଡିରେ ଜିପିଏସ ବ୍ୟବସ୍ଥା ରହିବ । ସିଲିଣ୍ଡର ରିଫିଲିଂ ଓ ପରିବହନ ମନିଟରିଂ ପାଇଁ ଜଣେ ଅଧିକାରୀ ରହିବେ । ଅକ୍ସିଜେନ ସିଲିଣ୍ଡର ରିଫିଲିଂ ସଂଖ୍ୟା ବଢାଇବାକୁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.