ଅନିଲ କପୁରଙ୍କ ଫିଲ୍ମ ‘ଏକେ ଭର୍ସସ୍ ଏକେ’ରୁ ଆପତ୍ତିଜନକ ଦୃଶ୍ୟ ହଟାଇବାକୁ ବାୟୁସେନାର ଦାବି

ନୂଆଦିଲ୍ଲୀ – ବଲିଉଡ ଅଭିନେତା ଅନିଲ କପୁରଙ୍କ ଆଗାମୀ ପ୍ରୋଜେକ୍ଟ ‘ଏକେ ଭର୍ସସ୍ ଏକେ” ରେ ବାୟୁସେନା ଅଧିକାରୀଙ୍କୁ ଯେଉଁଭଳି ଚିତ୍ରଣ କରାଯାଇଛି ସେନେଇ ବାୟୁସେନା ଆପତ୍ତି ଉଠାଇଛି । ବୁଧବାର ବାୟୁସେନା ପକ୍ଷରୁ ଏକ ଟ୍ବିଟ୍ କରି କୁହାଯାଇଛି ଯେ ଫିଲ୍ମର ଏଭଳି ଦୃଶ୍ୟକୁ ତୁରନ୍ତ ହଟାଯିବା ଉଚିତ୍।
ଅନଲାଇନ୍ ପ୍ଲାଟଫର୍ମ ନେଟଫ୍ଲିକ୍ ରେ ‘ଏକେ ଭର୍ସସ୍ ଏକେ” ନାମକ ଏକ ଫିଲ୍ମ ଆସୁଛି । ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା, ଯେଉଁଥିରେ ଅନିଲ କପୁର ବାୟୁସେନା ଅଧିକାରୀଙ୍କ ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଳୁଛି | ଏହି ଦୃଶ୍ୟରେ ଅନିଲ କପୁର ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ସହ ଅଛନ୍ତି ଏବଂ ଆପତ୍ତିଜନକ ଶବ୍ଦ ବ୍ୟବହାର କରୁଛନ୍ତି।
ବାୟୁସେନା ଏହି ଭିଡିଓକୁ ରିଟ୍ୱିଟ କରି କହିଛି ଯେ ଏହି ଭିଡିଓରେ ବାୟୁସେନା ୟୁନିଫର୍ମର ଅପବ୍ୟବହାର କରାଯାଇଛି ଏବଂ ଏହାକୁ ପିନ୍ଧି ଖରାପ ଭାଷା ପ୍ରୟୋଗ କରାଯାଇଛି। ଏହି ୟୁନିଫର୍ମ ପିନ୍ଧୁଥିବା ସୈନିକମାନଙ୍କ ଏହା ସଠିକ୍ ଚିତ୍ରଣ ନୁହେଁ । ଏହି ଦୃଶ୍ୟକୁ ହଟାଯିବା ଉଚିତ୍ ‌।

Comments are closed.