ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ – ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଏହି କଟକଣା କାର୍ଗୋ ସେବା ପାଇଁ ଲାଗୁ ହେବ ନାହିଁ । କିଛି ଅନ୍ତର୍ଜାତୀୟ ଫ୍ଲାଇଟକୁ କେତେକ ନିର୍ଦ୍ଦିଷ୍ଟ ରୁଟ୍‌ରେ ଅନୁମତି ଦିଆଯିବ ବୋଲି ଡିଜିସିଏ ତରଫରୁ କୁହାଯାଇଛି ।

କରୋନା ପାଇଁ ଗତବର୍ଷ ମାର୍ଚ୍ଚ ମାସରୁ ଦେଶରେ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲାଗିଥିଲା । କୋଭିଡ୍ ସ୍ଥିତିରେ ସୁଧାର ପରେ ପର୍ଯ୍ୟାୟ କ୍ରମେ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ କଟକଣା କୋହଳ କରିଥିଲେ ମଧ୍ୟ ଅନ୍ତର୍ଜାତୀୟ ବିମାନସେବା ପୁନର୍ବାହାଲ କରିବା ପାଇଁ ଅନୁମତି ଦେଇ ନାହାନ୍ତି । ଗତବର୍ଷ ଘରୋଇ ବିମାନସେବା ଉପରୁ କଟକଣା ଉଠିଥିଲା ।

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ଗତ ଡିସେମ୍ବରରେ ଭାରତ ସରକାର ସେହି ଦେଶରୁ ବିମାନ ଯାତ୍ରା ଉପରେ କଟକଣା ଲଗାଇଥିଲେ । ପରେ ଏହି କଟକଣା କୋହଳ କରାଯାଇଥିଲା ।

Comments are closed.