ଆଇଆଇଏମ୍ ଅହମ୍ମଦାବାଦରେ ୪୦ କରୋନା ଆକ୍ରାନ୍ତ ଚିହ୍ନଟ, ଆଇଆଇଟି ଗାନ୍ଧିଗନରରେ ୨୫ ଛାତ୍ର ପଜିଟିଭ୍‌

ଅହମ୍ମଦାବାଦ – ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍‌) ଅହମ୍ମଦାବାଦ କରୋନା ହଟ୍‌ସ୍ପଟ୍ ପାଲଟିଛି । ଭାରତର ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଓ ପ୍ରଫେସରଙ୍କୁ ସହ ମୋଟ ୪୦ ଜଣ ଲୋକ କରୋନା ପଜିଟିଭ୍ ହୋଇଛନ୍ତି । ସେହିପରି ଗାନ୍ଧିନଗର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ରେ ବି କରୋନା ପଶିଛି । ଏହି ଶିକ୍ଷାନୁଷ୍ଠାନର୨୫ ଜଣ ଛାତ୍ର କରୋନାରେ ସଂକମ୍ରିତ ହୋଇଛନ୍ତି ।
ଆଇଆଇଏମ୍‌ର କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀ ଓ ପ୍ରଫେସରଙ୍କୁ ଆଇସୋଲେସନରେ ରଖାଯାଇଛି ବୋଲି ଅହମ୍ମଦାବାଦ ପୌର ନିଗମ ମେୟର ସୂଚନା ଦେଇଛନ୍ତି ।

ଆଇଆଇଟି,ଗାନ୍ଧିନଗରରେ ଚିହ୍ନଟ ହୋଇଥିବା ୨୫ ଆକ୍ରାନ୍ତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ସେମାନେ ସବୁ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ସୁସ୍ଥ ହେବାରେ ଲାଗିଛନ୍ତି । ପାଠପଢ଼ା ସହ ଅନ୍ୟସବୁ କାର୍ଯ୍ୟ ଅନଲାଇନ୍ ମୋଡରେ ଚାଲିଛି । କ୍ୟାମ୍ପସ୍ ଭିତରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଡ଼ା କଟକଣା ଲଗାଯାଇଛି ବୋଲି ଶିକ୍ଷାନୁଷ୍ଠାନର ଜଣେ ଅଧିକାରୀ କହିଛନ୍ତି ।

Comments are closed.