ଆଇଏନ୍ଏସ୍ ବିରାଟକୁ ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ – ଐତିହାସିକ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ବିରାଟକୁ ଭାଙ୍ଗିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏନେଇ ସ୍ଥଗିତାଦେଶକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ଆଇଏନ୍ଏସ୍ ବିରାଟଙ୍କୁ କେନ୍ଦ୍ର ସରକାରଙ୍କଠାରୁ ଆଇନଗତ ଭାବେ କ୍ରୟ କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବଡେ କହିଛନ୍ତି ଯେ ଏହି ଯୁଦ୍ଧ ଜାହାଜର ୪୦ ପ୍ରତିଶତ ଭଙ୍ଗା ଯାଇସାରିଥିବା ବେଳେ ଏହି ମାମଲାରେ ଆବେଦନକାରୀମାନେ ବିଳମ୍ବରେ କୋର୍ଟକୁ ଆସିଛନ୍ତି। ଏହି ମନ୍ତବ୍ୟ ସହ କୋର୍ଟ ଆଇଏନ୍ଏସ୍ ବିରାଟକୁ ଭାଙ୍ଗିବା ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି।

ଗତଥର ଶୁଣାଣିରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଥିଲେ ଯେ ଐତିହାସିକ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ବିରାଟ ଭାଙ୍ଗିବା ଉପରେ ଲଗାଯାଇଥିବା ରୋକ୍ ହଟା ଯାଇପାରେ । ତେବେ ସୁପ୍ରିମକୋର୍ଟ ମୁମ୍ବାଇର ଆବେଦନକାରୀ କମ୍ପାନୀକୁ ତଦାରଖ ରିପୋର୍ଟ ଅନୁଧ୍ୟାନ କରିବା ପାଇଁ କହିଥିଲେ। ପ୍ରଧାନ ବିଚାରପତି କହିଥିଲେ ଯେ ବର୍ତ୍ତମାନ ଜାହାଜଟି ଏକ ଘରୋଇ ସମ୍ପତ୍ତି ଏବଂ ଏହାକୁ ୪୦ ପ୍ରତିଶତ ଭାଙ୍ଗି ଦିଆଯାଇଛି। ଏପରି ସ୍ଥିତିରେ ଏହାକୁ ଯୁଦ୍ଧ ଜାହାଜର ମାନ୍ୟତା ଦିଆଯାଇପାରିବ ନାହିଁ ।

Comments are closed.