ଆଜିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର- ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲରେ ସକାଳୁଆ ପାଠପଢା ଆରମ୍ଭ ହୋଇଛି । ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ପାଠପଢା ସମୟ ପରିବର୍ତ୍ତନ କରାଯାଇଛି ।

ନବମରୁ ଦ୍ୱାଦଶ ଶ୍ରେଣୀର ପାଠପଢା ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ଗୋଟାଏ ଯାଏଁ ଚାଲିବ । ନବନ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୭ଟାରୁ ୯ଟା ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ସକାଳ ୯ଟାରୁ ଦିନ ଗୋଟାଏ ଯାଏଁ ଚାଲିବ ।

Comments are closed.