ଆଜିଠୁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ନୂଆଦିଲ୍ଲୀ – ଆଜି ଠାରୁ ଆସନ୍ତା ଚାରି ଦିନ ଯାଏଁ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ବନ୍ଦ ରହିବ । ବ୍ୟାଙ୍କ୍ ବନ୍ଦ ରହିଲେ ବି ଅନଲାଇନ୍ ତଥା ଇଣ୍ଟରନେଟ୍ ବ୍ୟାଙ୍କିଂ ସେବା ଜାରି ରହିବ ଏବଂ ଏଟିଏମ୍‌ରେ ବି କ୍ୟାଶ୍ ଉପଲବ୍ଧ ହେବ ।

ଆଜି ମାସର ଦ୍ୱିତୀୟ ଶନିବାର ହୋଇଥିବା ବେଳେ ଆସନ୍ତାକାଲି ରବିବାର । ଏହି ଦୁଇ ଦିନ ମାସିକ ଅବକାଶ ଦୃଷ୍ଟିରୁ ବ୍ୟାଙ୍କ୍ ସ୍ୱାଭାବିକ ଭାବେ ଛୁଟି ରହିବ । ତେବେ ମାର୍ଚ୍ଚ ୧୫ ଓ ୧୬ରେ ମଧ୍ୟ ସବୁ ସରକାରୀ ବ୍ୟାଙ୍କ୍ ବନ୍ଦ ରହିବ । କାରଣ ୧୫ ଓ ୧୬ରେ ବ୍ୟାଙ୍କ୍ ଗୁଡିକର ମିଶ୍ରଣ ଓ ଘରୋଇକରଣକୁ ବିରୋଧ କରି ବିଭିନ୍ନ ବ୍ୟାଙ୍କ୍ ୟୁନିୟନ ଧର୍ମଘଟର ଡାକରା ଦେଇଛନ୍ତି ।

Comments are closed.