ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର- ଆଜି ରାଜ୍ୟ କ୍ୟାବିନେଟରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସଂଧ୍ୟା ୬ଟା ୪୫ରେ ବସିବ ବୈଠକ । ଆଜିର ବୈଠକରେ ୧୦ ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଓ ପଂଚାୟତିରାଜ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି । ଏହାଛଡା ଜଳସମ୍ପଦ ବିଭାଗରେ ବିଭିନ୍ନ ପ୍ରସ୍ତାବରେ ବି କ୍ୟାବିନେଟ ମୋହର ବାଜିବା ସମ୍ଭାବନା ରହିଛି । ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବେ ।

Comments are closed.