ଆନ୍ଧ୍ର ପ୍ରଦେଶରେ ଅଜଣା ରୋଗ ଆତଙ୍କ, ଜଣେ ମୃତ,୨୦୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ବିଶାଖାପାଟଣା – କରୋନା କଷଣରେ ସାରା ଦେଶ ଜୁଝି ହେଉଥିବା ବେଳେ ଆନ୍ଧ୍ର ପ୍ରଦେଶର ଏଲୁରୁରେ ଏବେ ଏକ ଅଜଣା ରୋଗର ଆତଙ୍କ ଖେଳିିଯାଇଛି । ଏହି ଅଜଣା ରୋଗରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୯୨ ଜଣ ଲୋକ ଅସୁସ୍ଥ ହୋଇପଡିଛନ୍ତି । ୧୪୦ରୁ ଊର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନଙ୍କ ଚିକିତ୍ସା ଚାଲିଛି ବୋଲି ପଶ୍ଚିମ ଗୋଦାବରୀ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତରଫରୁ ସୂଚନା ଦିଆଯାଇଛି । ଲୋକମାନେ ଏଭଳି ରହସ୍ୟଜନକ ଭାବେ ଅସୁସ୍ଥ ହେବା ପଛରେ କାରଣ ଜଣାପଡି ନାହିଁ ।

ଏହି ଅଜଣା ରୋଗର ଶିକାର ହୋଇଥିବା ଲୋକଙ୍କ ମୁହଁରୁ ଫେଣ ବାହାରୁଛି ଏବଂ ପରେ ସେମାନେ ଚେତାଶୂନ୍ୟ ହେଇଯାଉଛନ୍ତି । ଶନିବାର ରାତିରେ ଏହି ଅଜଣା ରୋଗରେ ପୀଡିତ ପ୍ରାୟ ୧୮୦ ଜଣ ଲୋକଙ୍କୁ ଏଲୁରୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରେ ୪୬ଟି ଶିଶୁ ସହ ଅନେକ ମହିଳା ଥିଲେ । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ଠାରେ ପ୍ରାୟ ସମାନ ପ୍ରକାର ଲକ୍ଷଣ ଦେଖିବାକୁ ମିଳିଛି । କିଛି ଲୋକ ବହୁଥର ବାନ୍ତି ବି କରିଥିବା ଡାକ୍ତରମାନେ କହିଛନ୍ତି ।

Comments are closed.