ଆରଏସପିରେ ଗ୍ୟାସ ଲିକ୍‌, ୪ ଠିକା କର୍ମଚାରୀ ମୃତ

ରାଉରକେଲା – ରାଉରକେଲା ଷ୍ଟିଲ୍ ପ୍ଲାଂଟରେ ବିଷାକ୍ତ ଗ୍ୟାସ ଲିକ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ସମସ୍ତ ମୃତକ ଠିକା କର୍ମଚାରୀ ବୋଲି ଜଣାପଡିଛି । ସେମାନଙ୍କ ପରିଚୟ ମିଳିଛି । ସେମାନେ ହେଲେ ଅଭୟ ସା, ରବୀନ୍ଦ୍ର ସାହୁ, ଗଣେଶଚନ୍ଦ୍ର ସାହିଲ, ବ୍ରହ୍ମାନନ୍ଦ ପଣ୍ଡା । ଗୁରୁତର ଅସୁସ୍ଥ ଅବସ୍ଥାରେ ସେମାନଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ସେମାନଙ୍କର ମୃତ୍ୟୁ ହୋଇଛି । ଆରଏସପିର କୋଲ୍ ଡିପାର୍ଟମେଂଟରେ ଗ୍ୟାସ ଲିକ୍ ହୋଇଥିଲା । ମୋଟ ୧୦ କର୍ମଚାରୀ ଅସୁସ୍ଥ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା ।

Comments are closed.