ଆସନ୍ତା ସପ୍ତାହରେ ଭାରତରେ ହେବ ଅକ୍ସଫୋର୍ଡ ଟିକାର ତୃତୀୟ ପରୀକ୍ଷଣ

ପୁଣେ – ଅକ୍ସଫୋର୍ଡ ପକ୍ଷରୁ ପ୍ରସ୍ତୁତ ଓ ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ପକ୍ଷରୁ ଭାରତରେ ପ୍ରସ୍ତୁତ ହେଉଥିବା କୋଭିଡ-୧୯ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆସନ୍ତା ସପ୍ତାହରେ ପୁଣେର ସସୁନ ଜେନେରାଲ୍ ହସପିଟାଲରେ ଆରମ୍ଭ ହେବ । ସସୁନ ଜେନେରାଲ ହସପିଟାଲର୍ ଡିନ୍ ଡକ୍ଟର ମୁରଲୀଧର ଟମ୍ବେ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଏହି ସୂଚନା ଦେଇଛନ୍ତି । ସୋମବାରରୁ କୋଭିସିଲ୍ଡ ଟିକାର ଟ୍ରାଏଲ ଆରମ୍ଭ ହୋଇପାରେ । ଏଥିପାଇଁ କିଛି ସ୍ୱେଚ୍ଛାସେବୀ ଆଗେଇ ଆସିଛନ୍ତି ବୋଲି ଡକ୍ଟର ଟମ୍ବେ କହିଛନ୍ତି । ୧୫୦ରୁ ୨ ଶହ ଲୋକଙ୍କୁ ଏହି ଟିକା ଦିଆଯିବ । ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ପୁଣେର ଭାରତୀୟ ବିଦ୍ୟାପୀଠ ମେଡିକାଲ କଲେଜ ଓ ହସପିଟାଲ ଏବଂ କେଇଏମ ହସପିଟାଲରେ ହୋଇଥିଲା ।

Comments are closed.