ଇଣ୍ଟରନେଟ୍ ସେବା ବନ୍ଦ ଯୋଗୁଁ ଦିଲ୍ଲୀ-ଏନ୍‌ସିଆରରେ ୫ କୋଟି ଉପଭୋକ୍ତା ପ୍ରଭାବିତ

ନୂଆଦିଲ୍ଲୀ – ଦିିଲ୍ଲୀ-ଏନ୍‌ସିଆରର ବହୁ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ହେବା ଯୋଗୁଁ ପ୍ରାୟ ୫ କୋଟି ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ମଙ୍ଗଳବାର ଦିଲ୍ଲୀ-ଏନ୍‌ସିଆରର ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଇଥିଲେ । ଏଥିଯୋଗୁୃଁ ଜାତୀୟ ରାଜଧାନୀରେ ଅନେକ ଲୋକ ଇଣ୍ଟରନେଟ୍ ସେବାରୁ ବଞ୍ଚିତ ହୋଇଥିଲେ । ଟ୍ରାକ୍ଟର ରାଲିରେ ହିଂସା ପରେ ଦିଲ୍ଲୀ-ଏନ୍‌ସିଆରର ସିଂଘୁ, ଗାଜିପୁର, ଟିକରୀ, ମୁକରବା ଚୌକ, ନାଙ୍ଗଲୋଇ ଓ ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ହରିୟାଣାର ତିନି ଜିଲ୍ଲା ସୋନିପତ, ପଲବଲ ଓ ଝାଜ୍ଜରରେ ବି ଆଜି ସନ୍ଧ୍ୟା ୫ଟା ଯାଏଁ ଇଣ୍ଟନେଟ୍ ସେବା ବନ୍ଦ ରହିବ ।

ମୋବାଇଲ ନା ବ୍ରଣ୍ଡବ୍ୟାଣ୍ଡ୍ ଇଣ୍ଟରନେଟ୍ ସେବା ବନ୍ଦ ରହିବ ସେନେଇ ଗୃହ ମନ୍ତ୍ରାଳୟ ତରଫରୁ କିଛି ସ୍ପଷ୍ଟ କରାଯାଇନଥିଲା । କିନ୍ତୁ ଇଣ୍ଟରନେଟ୍ ସେବା ବ୍ୟାହତ ହେବା ଯୋଗୁଁ ରାଜଧାନୀ ନଗରୀ ଓ ଏହାର ଆଖପାଖ ଅଞ୍ଚଳର ବହୁ ଉପଭୋକ୍ତା ଇଣ୍ଟରନେଟ୍ ସେବାରୁ ବଞ୍ଚିତ ହୋଇଥିଲେ । ଭାରତୀୟ ଟେଲିକମ୍ ନିୟାମକ (ଟ୍ରାଏ)ର ତଥ୍ୟ ଅନୁସାରେ ଗତବର୍ଷ ଅକ୍ଟୋବର ସୁଦ୍ଧା ଦିଲ୍ଲୀରେ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୫.୨ ଥିଲା । ଏହାଛଡ଼ା ଦିଲ୍ଲୀରେ ବ୍ରଡ୍‌ବ୍ୟାଣ୍ଡ୍ ଉପଭୋକ୍ତାଙ୍କ ସଂଖ୍ୟା ମଧ୍ୟ ଅଧିକ ।

Comments are closed.