ଉମରକୋଟ ପୋଲ ଭୁଶୁଡିବା ଘଟଣାରେ ଠିକାଦାର ଆଶିଷ ବିଶ୍ୱାଳ ପୁରୀରୁ ଗିରଫ

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ଉମରକୋଟ ତାଳପଦର ଗାଁରେ ନିର୍ମାଣାଧିନ ବିଜୁ ସେତୁ ଭୁଶୁଡିବା ଘଟଣାରେ ଠିକାଦାର ଆଶିଷ ବିଶ୍ୱାଳଙ୍କୁ ଗିରଫ କରାଯାଇଛି । ପୁରୀର ବଉଳ ମଠ ସାହିରୁ ବିଶ୍ୱାଳଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରିଛି । ପୁରୀ କୁମ୍ଭାରପଡା ପୋଲିସର ସହାୟତାରେ ବିଶ୍ୱାଳକୁ ଗିରଫ କରାଯାଇଛି । ଏହି ଘଟଣାରେ ଠିକାଦାର ବିଶ୍ୱାଳ ସମେତ ଜୁନିଅର ଇଂଜିନିୟର ଅସିତ ପାତ୍ର ଓ ଏସଡିଓ ନିରଞ୍ଜନ ସାହୁଙ୍କ ବିରୋଧରେ ଗତକାଲି ଏତଲା ଦାୟର ହୋଇଥିଲା ।

ଗତ ୧୦ ତାରିଖରେ ଉମରକୋଟ ତାଳପଦର ଗାଁରେ ନିର୍ମାଣାଧିନ ବିଜୁ ସେତୁ ଭୁଶୁଡିଯିବା ଯୋଗୁଁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିଲେ ।

Comments are closed.