ଏକାମ୍ର କ୍ଷେତ୍ରକୁ ଭିକ୍ଷୁକ ମୁକ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କଲେ ବିଏମସି ଓ ବିଡିଏ

ଭୁବନେଶ୍ୱର- ଖୁବ୍ ଶୀଘ୍ର ଭିକ୍ଷୁକ ମୁକ୍ତ ହେବ ଏକାମ୍ର କ୍ଷେତ୍ର । ଏକାମ୍ର ଯୋଜନାରେ ବିଏମସି ଓ ବିଡିଏ ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ସହାୟ ଯୋଜନାରେ ଭିକ୍ଷୁକମାନଙ୍କୁୁ ଥଇଥାନ ବ୍ୟବସ୍ଥା କରାଯିବ । ଏହି ଯୋଜନାରେ ଭିକ୍ଷୁକ ଓ ଅସହାୟଙ୍କୁ ଜୀବିକା ସହାୟତା ଯୋଗାଇ ଦିଆଯିବ । ପୁରୁଣା ଭୁବନେଶ୍ୱରର ଭିକ୍ଷୁକ ଓ ବାସହୀନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଥଇଥାନ କରାଯିବ ।

Comments are closed.