ଏଥର ବିନା ଅତିଥିରେ ହେବ ଗଣତନ୍ତ୍ର ଦିବସ! ପୂର୍ବରୁ ତିନିଥର ବିନା ଅତିଥିରେ ହୋଇଛି ଗଣତନ୍ତ୍ର ଦିବସ

ନୂଆଦିଲ୍ଲୀ – ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ ଗସ୍ତ ବାତିଲ କରିଛନ୍ତି । ବ୍ରିଟେନରେ ନୂଆ କରୋନା ଷ୍ଟ୍ରେନ୍ ଜନିତ ମାମଲା ଭୟଙ୍କର ଭାବେ ବଢୁଥିବାରୁ ସେ ଭାରତ ଆସିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି । ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ ଜନସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତେ । ଏଥିପାଇଁ ଭାରତ ତାଙ୍କୁ ନିମନ୍ତ୍ରଣ କରିଥିଲା । ଭାରତର ନିମନ୍ତ୍ରଣ ମଧ୍ୟ ସେ ଗ୍ରହଣ କରିଥିଲେ । ହେଲେ କରୋନା ପ୍ରକୋପ ଦୃଷ୍ଟିରୁ ସେ ଭାରତ ଗସ୍ତ ବାତିଲ କରିଛନ୍ତି । ଜନସନଙ୍କ ଏହି ନିଷ୍ପତ୍ତି ପରେ ଆଗାମୀ ଗଣତନ୍ତ୍ର ଦିବସ ପାଇଁ ଅନ୍ୟ କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବ ନାହିଁ ବୋଲି ଜଣାପଡିଛି । ଏଭଳି ସ୍ଥଳେ, ଏଥର ଗଣତନ୍ତ୍ର ଦିବସ ବିନା ଅତିଥିରେ ଅନୁଷ୍ଠିତ ହେବ ।

ଚତୁର୍ଥ ଥର ପାଇଁ ଭାରତୀୟ ଗଣତନ୍ତ୍ର ଦିବସ ବିନା ଅତିଥୀରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ୧୯୫୨, ୧୯୫୩ ଓ ୧୯୬୬ରେ ବିନା ଅତିଥୀରେ ଗଣତନ୍ତ୍ର ଦିବସ ଆୟୋଜିତ ହୋଇଥିଲା । ଆଉ ତିନି ଥର ଦୁଇ ଦୁଇଜଣ ମୁଖ୍ୟ ଅତିଥୀ ସହ ମଧ୍ୟ ଗଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଛି । ୧୯୫୬, ୧୯୬୮ ଓ ୧୯୭୪ରେ ଦୁଇ ଦୁଇଜଣ ମୁଖ୍ୟ ଅତିଥୀ ଭାରତର ଗଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ ।

Comments are closed.