ଏଥର ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ – ଏଥର କୋରୋନା ଯୋଗୁଁ ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା ଓ ରଥ ଅନୁକୂଳ । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନରେନ୍ଦ୍ର ପୁଷ୍କରିଣୀ ଅଂଚଳରେ ଚନ୍ଦନ ଯାତ୍ରା ପାଇଁ ୧୪୪ ଧାରା ଜାରି କରାଯିବ । ରଥ ଅନୁକୂଳରେ କେବଳ ଶାଢି ବନ୍ଧା ରଥ ନିର୍ମାଣ ସେବକ ଯୋଗ ଦେବେ । ଚନ୍ଦନ ଯାତ୍ରା ପାଇଁ ପ୍ରତି ବିମାନରେ ୭ ଜଣ ଲେଖାଏଁ ସେବାୟକ ରହିବେ । ନୀତି ସହ ସଂଶ୍ଲିଷ୍ଟ ୫୦ ସେବାୟତଙ୍କୁ ସ୍ୱତନ୍ତ୍ର ପାସ ଦିଆଯିବ । ଚନ୍ଦନ ଯାତ୍ରାର ୭୨ ଘଂଟା ପୂର୍ବରୁ ୧୫୦ ସେବାୟତଙ୍କ କୋଭିଡ ପରୀକ୍ଷା ହେବ । ଛତିଶା ନିଯୋଗ ବୈଠକରେ ଅଧ୍ୟକ୍ଷତା କରିଥିଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.