ଏଲନ୍ ମସ୍କଙ୍କ କମ୍ପାନୀ ‘ସ୍ପେସ୍ ଏକ୍ସ’ର ବିଶ୍ବ ରେକର୍ଡ, ମହାକାଶକୁ ଏକ‌କାଳୀନ ପଠାଇଲା ୧୪୩ ଉପଗ୍ରହ

ନୂଆଦିଲ୍ଲୀ – ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ମହାକାଶ ଜଗତରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ସ୍ପେସ୍ ଏକ୍ସ ଏକକାଳୀନ ମହାକାଶକୁ ସର୍ବାଧିକ ୧୪୩ ଉପଗ୍ରହ ପଠାଇବା ନୂୂଆ ରେକର୍ଡ କରିଛି । ଫାଲକନ୍-୯ ରକେଟ ଦ୍ବାରା ଏହି ସବୁ ଉପଗ୍ରହ ଆମେରିକାର ଫ୍ଲୋରିଡାରୁ ମହାକାଶକୁ ପଠାଯାଇଥିଲା । ଏଥିମଧ୍ୟରୁ ଅଧିକାଂଶ ଉପଗ୍ରହ ବ୍ୟବସାୟିକ ହୋଇଥିବା ବେଳେ ଆଉ କିଛି ସରକାରୀ ।

ସ୍ପେସ୍ ଏକ୍ସର ମାଲିକ ମସ୍କ ଜାନୁଆରୀ ୨୨ରେ ଟ୍ୱିଟ୍ କରି କହିଥିଲେ ଯେ ବହୁ ଗ୍ରାହକଙ୍କ ପାଇଁ ଅନେକ ଉପଗ୍ରହ ଉତକ୍ଷେପଣ କରାଯିବ। କମ୍ ମୂଲ୍ୟରେ ମହାକାଶକୁ ଛୋଟ କମ୍ପାନୀ ଆଣିବା ଉତ୍ସାହଜନକ ବୋଲି ସେ କହିଥିଲେ । ସ୍ପେସ୍ ଏକ୍ସ ଅତୀତରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ପାଇଁ ୮୦୦ରୁ ଅଧିକ ଉପଗ୍ରହ ଉତକ୍ଷେପଣ କରିଛି। ଏଥିପାଇଁ ଦଶ ବିଲିୟନ ଡଲାର ବିନିଯୋଗ କରାଯାଇଛି। ଏହା ଦ୍ବାରା ମସ୍କଙ୍କ ରକେଟ୍ ପ୍ରୋଗ୍ରାମ ‘ଷ୍ଟାରସିପ୍’କୁ ବାର୍ଷିକ ୩୦ କୋଟି ଡଲାର ମିଳିବ ।

ଟେସଲା ଏବଂ ସ୍ପେସ୍ ଏକ୍ସ ପରି କମ୍ପାନୀର ମାଲିକ ଏବଂ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ମସ୍କ ମହାକାଶରେ ନିଜ ଯୋଜନାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଗତ ବର୍ଷ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ସେ ମଙ୍ଗଳ ଗ୍ରହକୁ ଯିବାକୁ ଚାହୁଁଛନ୍ତି ଏବଂ ଏନେଇ ୭୦ ପ୍ରତିଶତ ଆଶା କରାଯାଉଛି।

Comments are closed.