ଓଡିଶାରୁ ୬ ଜଣଙ୍କୁ ମିଳିବ ପଦ୍ମ ସମ୍ମାନ, ଭାସ୍କର୍ଯ୍ୟ ପାଇଁ ଶିଳ୍ପୀ ସୁଦର୍ଶନ ସାହୁ ପାଇବେ ପଦ୍ମବିଭୂଷଣ

ନୂଆଦିଲ୍ଲୀ – ଗଣତନ୍ତ୍ର ଦିବସର ଅବ୍ୟବହିତ ପୂୂର୍ବରୁ ଘୋଷିତ ହୋଇଛି ପଦ୍ମ ସମ୍ମାନ । ଏଥର ଓଡିଶାରୁ ୬ ଜଣ ବ୍ୟକ୍ତି ପାଇବେ ପଦ୍ମ ସମ୍ମାନ । କଳା ଓ ଭାସ୍କର୍ଯ୍ୟ ପାଇଁ ଓଡିଶାର ସୁଦର୍ଶନ ସାହୁ ପାଇବେ ପଦ୍ମବିଭୂଷଣ ସମ୍ମାନ । ପଦ୍ମବିଭୂଷଣ ହେଉଛି ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ । ସମାଜସେବା ପାଇଁ ଓଡିଶାର ଶାନ୍ତି ଦେବୀ ପାଇବେ ପଦ୍ମଶ୍ରୀ ସମ୍ମାନ । କଳା ପାଇଁ ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ମିଳିବ । ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କର ଓ ନନ୍ଦ ପୃଷ୍ଟିଙ୍କୁ ମିଳିବ ପଦ୍ମଶ୍ରୀ । ମେଡିସିନ ପାଇଁ କ୍ରିଷ୍ଣମୋହନ ପାଠୀ ପାଇବେ ପଦ୍ମଶ୍ରୀ ସମ୍ମାନ ପାଇବେ ।
ଏଥର ମୋଟ ୭ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ ।

Comments are closed.