ଓଡିଶାରେ କୃଷକ ନେତା ରାକେଶ ଟିକାୟତ

ଭୁବନେଶ୍ୱର- ଓଡିଶାରେ କୃଷକ ନେତା ରାକେଶ ଟିକାୟତ । ଭୁବନେଶ୍ୱର ବିମାନବନ୍ଦରରେ ସେ ପହଂଚିବା ପରେ ତାଙ୍କୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି । ଯାଜପୁର ଜିଲ୍ଲାରେ କୃଷକଙ୍କ ମହାପଂଚାୟତରେ ଯୋଗଦେବେ ଚାଷୀ ରାକେଶ ଟିକାୟତ ।

ପୂର୍ବରୁ ସେ ପଶ୍ଚିମବଙ୍ଗ ଗସ୍ତ କରି ବିଜେପିର ଚାଷୀ ବିରୋଧୀ ନୀତିକୁ ସମାଲୋଚନା କରିବା ସହ ବିଧାନସଭା ନିର୍ବାଚନରେ ଦଳକୁ ଭୋଟ୍ ନ ଦେବା ପାଇଁ ନିବେଦନ କରିଥିଲେ । ରାକେଶ ଟିକାୟତଙ୍କ ନେତୃତ୍ୱରେ ନୂୂଆ କୃଷକ ଆଇନ ବିରୋଧରେ ୧୦୦ରୁ ଅଧିକ ଦିନ ହେବ ଆନ୍ଦୋଳନ ଚାଲିଛି ।

Comments are closed.