ଓଡିଶାରେ ପହଂଚିଲା ସେରମ୍‌ର କୋରୋନା ଟିକା କୋଭିସିଲ୍ଡ

ଭୁବନେଶ୍ୱର- ଆସନ୍ତା ୧୬ ତାରିଖରେ ଆରମ୍ଭ ହେବାକୁ ଥିବା ଟିକାକରଣ ପାଇଁ କୋରୋନା ଟିକା ଓଡିଶାରେ ପହଂଚିଛି । ମହାରାଷ୍ଟ୍ର ପୁଣେରୁ ସେରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଆସିଛି । ସ୍ପାଇସଜେଟର ସ୍ୱତନ୍ତ୍ର ବିମାନରେ ଟିକା ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲା । ପରେ କଡା ସୁରକ୍ଷାର ସହ ଟିକା ରାଜ୍ୟ ଔଷଧ ନିଗମକୁ ନିଆଯାଇଛି । ଜାନୁଆରୀ ୧୬ ତାରିଖ ଶନିବାର ଦିନ ରାଜ୍ୟରେ ଟିକାକରଣ ଆରମ୍ଭ ହେବ । ସେହି ଦିନ ରାଜ୍ୟରେ ୧୬୦ଟି ସ୍ଥାନରେ ଟିକା ଦିଆଯିବ । ପ୍ରତିକେନ୍ଦ୍ରରେ ୧୦୦ ଜଣ ଲେଖାଏଁ ଟିକା ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି ।

Comments are closed.