ଓଡିଶା ଆଦର୍ଶ ବିଦ୍ୟାଳୟରେ ଖୋଲିବ କମର୍ସ ଷ୍ଟ୍ରିମ୍‌ | News Room Odisha

ଓଡିଶା ଆଦର୍ଶ ବିଦ୍ୟାଳୟରେ ଖୋଲିବ କମର୍ସ ଷ୍ଟ୍ରିମ୍‌

ଭୁବନେଶ୍ୱର- ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶା ଆଦର୍ଶ ବିଦ୍ୟାଳୟ-ଓଏଭିରେ ଏଣିକି କମର୍ସ ଷ୍ଟ୍ରିମ ଖୋଲିବ । ୨୦୨୧-୨୨ ଶିକ୍ଷାବର୍ଷରୁ ରାଜର ୩୦ଟି ଆଦର୍ଶ ବିଦ୍ୟାଳୟରେ କମର୍ସ ଷ୍ଟ୍ରିମ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଶହ ଶହ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ବିଭାଗ କହିଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ବ୍ଲକ ହେଡକ୍ୱାର୍ଟରରେ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ଏହି ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଏ ।

Odisha Adarsha Vidyalayas (OAVs)Odisha Government