କରୋନାରେ ନୌସେନା ଭାଇସ୍ ଆଡମିରାଲ ଶ୍ରୀକାନ୍ତଙ୍କ ପରଲୋକ

ନୂଆଦିଲ୍ଳୀ – ଭାରତୀୟ ନୌସେନାର ବରିଷ୍ଠ ଅଧିକାରାୀ ଭାଇସ୍ ଆଡମିରାଲ୍ ଶ୍ରୀକାନ୍ତଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି । ସେ କରୋନାରେ ସଂକ୍ରମିତ ହୋଇଥିଲେ । ନୌସେନାର ସବୁଠାରୁ ବରିଷ୍ଠ ବୁଡ଼ାଜାହଜ ବିଶେଷଜ୍ଞ ଶ୍ରୀକାନ୍ତ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିଥାନ୍ତେ । ଭାଇସ୍ ଆଡମିରାଲଙ୍କ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଭୀର ଶୋକ ପ୍ରକାଶ କରିଛନ୍ତି । ସିବର୍ଡର ମହାନିର୍ଦ୍ଦେଶକ ଭାଇସ୍ ଆଡମିରାଲ ଶ୍ରୀକାନ୍ତଙ୍କ ଅସମୟ ମୃତ୍ୟରେ ସେ ବେଶ୍ ମର୍ମାହତ । ଦେଶ ଓ ନୌସେନା ତାଙ୍କ ଅବଦାନକୁ ସର୍ବଦା ମନେ ରଖିବ ବୋଲି ରାଜନଥ ଟ୍ୱିଟ୍ କରିବା ସହ ଶ୍ରୀକାନ୍ତଙ୍କ ଶୋକାକୁଳ ପରିବାର ଓ ବନ୍ଧୁ ପରିଜନବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଶ୍ରୀକାନ୍ତ ପରମାଣୁ ସୁରକ୍ଷା ମହାନିରୀକ୍ଷକ ଏବଂ ଜାତୀୟ ପ୍ରତିରକ୍ଷା ମହାବିଦ୍ୟାଳୟର କମାଣ୍ଡେଣ୍ଟ୍ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।

Comments are closed.