କରୋନା ଅପଡେଟ୍‌: ବଢ଼ୁଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ୨୩ ହଜାର ମାମଲା

ନୂଆଦିଲ୍ଲୀ – ଦେଶରେ ପୁଣିଥରେ କରୋନାର ପ୍ରକୋପ ବଢ଼ୁଛି । କ୍ରମାଗତ ଦ୍ୱିତୀୟ ଦିନ କରୋନା ମାମଲା ୨୨ ହଜାର ଟପିଛି । ଦେଶରେ ଗତ ୨୪ ଘଣ୍ଟାରେ ଆଉ ୨୩, ୨୮୫ ମାମଲା ରେକର୍ଡ କରାଯାଇଛି । ଡିସେମ୍ବର ୨୫ ପରେ ଦୈନିକ ମାମଲାରେ ଏହା ହେଉଛି ସର୍ବାଧିକ ବୃଦ୍ଧି । ଦିନକରେ ଏହି ରୋଗରେ ଆଉ ୧୧୭ ଜଣଙ୍କ ମୃତ୍ୟୁ ବି ହୋଇଛି । ଦୈନିକ ମାମଲା ବଢ଼ିବା ସହ ଦେଶରେ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଦେଶରେ ସକ୍ରିୟ ମାମଲା ବଢ଼ି ୧.୯୭ ଲକ୍ଷରେ ପହଞ୍ଚିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଏବେ ମୋଟ କରୋନା ମାମଲା ୧କୋଟି ୧୩ ଲକ୍ଷ ୮୮୪୬ରେ ପହଞ୍ଚିଛି । ଏଥିମଧ୍ୟରୁ ୧ ଲକ୍ଷ ୫୮ ହଜାର ୩୦୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୯ ଲକ୍ଷ ୫୩ ହଜାର ୩୦୩ ଲୋକ ସୁସ୍ଥ ହୋଇଛନ୍ତି ।

କରୋନା ବିରୋଧରେ ଦେଶରେ ଟିକାକରଣ ଜାରି ରହିଛି । ଏଯାବତ ୨ କୋଟି ୬୧ ଲକ୍ଷ ୬୪,୯୨୦ ଲୋକଙ୍କୁ ଟିକା ଦିଆଯାଇଛି । ଗତକାଲି ୪ ଲକ୍ଷ ୮୦, ୭୪୦ ଲୋକଙ୍କ ଟିକାକରଣ ହୋଇଥିଲା ।

Comments are closed.