କରୋନା ସୁନାମି: ପୁଣି ରେକର୍ଡ ସଂକ୍ରମଣ, ଦେଶରେ ୩.୭୯ ଲକ୍ଷ ନୂଆ ମାମଲା, ୩୬୪୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ରେକର୍ଡ ଧାରା ଜାରି ରହିଛି । ସବୁ ପୂର୍ବ ରେକର୍ଡକୁ ଭାଙ୍ଗି ଦେଶରେ ଗତ ୨୪ ଘଣ୍ଟାରେ ୩୭୯,୨୫୭ ନୂଆ ମାମଲା ସାମ୍ନାକୁ ଆସିିଛି । ଏହି ମାରାତ୍ମକ ରୋଗରେ ଆଉ ୩୬୪୫ ଜଣଙ୍କ ମୃତ୍ୟୁ ହୋଇଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ତିନି ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି । ଦିନକରେ ଆଉ ୨,୬୯,୫୦୭ ଜଣ ଲୋକ ସୁସ୍ଥ ବି ହୋଇଛନ୍ତି ।

ଦେଶରେ ଏବେ ମୋଟ କରୋନା ମାମଲା ୧ କୋଟି ୮୩ ଲକ୍ଷ ୭୬ ହଜାର ୫୨୪ରେ ପହଞ୍ଚିଛି । ଭାରତରେ ଏହି ମହାମାରୀ ଯୋଗୁଁ ଏଯାବତ ୨ ଲକ୍ଷ ୪ ହଜାର ୮୩୨ ଜଣଙ୍କ ମୃତ୍ୟୁ ହୋଇଛି । ବିଶ୍ୱରେ ସର୍ବାଧିକ ମୃତ୍ୟୁ ମାମଲାରେ ଭାରତର ସ୍ଥାନ ଏବେ ଚତୁର୍ଥ । ଦେଶରେ କରୋନାରୁ ଏ ପର୍ଯ୍ୟନ୍ତ ୧ କୋଟି ୫୦ ଲକ୍ଷ ୮୬ ହଜାର ୮୭୮ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ବର୍ତ୍ତମାନ ସକ୍ରିୟ ମାମଲା ୩୦ ଲକ୍ଷ ଟପିଛି । ଦେଶରେ ଏବେ ମୋଟ ୩୦ ଲକ୍ଷ ୮୪ ହଜାର ୮୧୪ ଜଣ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.