କାଲିଠାରୁ ରାଜ୍ୟରେ ଖୋଲିବ ସ୍କୁଲ୍‌, ସ୍ଥିତିର ସମୀକ୍ଷା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର- ଦୀର୍ଘ ୯ ମାସ ପରେ ଆସନ୍ତାକାଲିଠାରୁ ଖୋଲିବ ରାଜ୍ୟର ସ୍କୁଲ୍ । ଏହା ପୂର୍ବରୁ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ସେ କହିଛନ୍ତି ଯେ, କ୍ଲାସ ରୁମକୁ ସଂପୂର୍ଣ୍ଣ ସାନିଟାିଜ କରାଯିବ । ସ୍କୁଲରେ ପ୍ରବେଶ ପୂର୍ବରୁ ପିଲାଙ୍କ ହାତକୁ ସାନିଟାଇଜ କରାଯିବ । ପିଲାମାନେ ୫ ଫୁଟ ଦୂରତା ରଖି କ୍ଲାସରେ ବସିବେ । ରାଜ୍ୟରେ ୧୦ ହଜାରରୁ ଅଧିକ ସ୍କୁଲ ରହିଛି । ୬ ଲକ୍ଷ ପିଲା ପଢୁଛନ୍ତି । ଏସଓପି ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଗୋଟିଏ ସେକ୍ସନରେ ୨୦ରୁ ୨୫ ପିଲା ପାଠ ପଢିବେ । ଅଧିକ ପିଲାରେ ଅଧିକ ସେକ୍ସନ ହେବ । ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ୧୦୦ ଦିନର ପାଠ ପଢା ମଧ୍ୟରେ ରବିବାର ମଧ୍ୟ କ୍ଲାସ ହେବ ।

Comments are closed.