କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ସମାଲୋଚନା: ଲୋକେ ମରନ୍ତୁ ବୋଲି ସରକାର ଚାହୁଁଛନ୍ତି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ସମେତ ସମଗ୍ର ଦେଶରେ ଗମ୍ଭୀର କୋଭିଡ୍ ସ୍ଥିତି ପ୍ରତି କେନ୍ଦ୍ରର ଉଦାସୀନ ମନୋଭାବକୁ ଦିଲ୍ଲୀ ହାଇକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି । ସରକାରଙ୍କ ନୀତିରୁ ଲାଗୁଛି ଯେ, ସରକାର ଲୋକଙ୍କୁ ମାରିବାକୁ ଚାହୁଁଛନ୍ତି । କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ‘ରେମଡେସିଭିର’ର ବ୍ୟବହାର ସମ୍ପର୍କିତ ପ୍ରୋଟୋକଲରେ କେନ୍ଦ୍ର ସରକାର କରିଥିବା ପରିବର୍ତ୍ତନରେ ଆପତ୍ତି ଉଠାଇ ଦିଲ୍ଲୀ ହାଇକୋର୍ଟ ଏଭଳି କଡ଼ା ଟିପ୍ପଣୀ କରିଛନ୍ତି ।

ଯେଉଁ କୋଭିଡ୍ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି କେବଳ ସେମାନଙ୍କୁ ହିଁ ରେମଡେସିିଭିର ଇଞ୍ଜେକ୍ସନ୍ ଦିଆଯାଇ ପାରିବ ବୋଲି କେନ୍ଦ୍ର ନିକଟରେ ନିର୍ଦ୍ଦେଶାବଳୀ ଜାରି କରିଥିଲା । ତେବେ ଏନେଇ ଦିଲ୍ଲୀ ହାଇକୋର୍ଟ ଆପତ୍ତି ଉଠାଇ କହିଛନ୍ତି, ଜଣେ କରୋନା ରୋଗୀକୁ ଅକ୍ସିଜେନ ସୁବିଧା ମିଳୁପାରୁନି । ତାକୁ କଣ କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ ରେମଡେସିଭିର ଇଞ୍ଜେକ୍ସନ୍ ଦିଆଯିବ ପାରିବ ନାହିଁ? ଆପଣଙ୍କ ନିର୍ଦ୍ଦେଶରୁ ଏୟା ବୁଝାପଡୁଛି ଯେ, ଲୋକେ ଏମିତି ମରନ୍ତୁ ବୋଲି ଆପଣ ଚାହାଁନ୍ତି । କୋଭିଡ୍ ରୋଗୀଙ୍କୁ ରେମଡେସିଭିର ଇଞ୍ଜେକ୍ସନ୍ ଦିଆଯିବା ନେଇ ପ୍ରୋଟୋକେଲରେ କେନ୍ଦ୍ର ସରକାର ଯେଉଁ ପରିବର୍ତ୍ତନ କରିଛନ୍ତି, ତାର ସମୀକ୍ଷା ପାଇଁ ଏକ ମେଡିକାଲ କମିଟି ଗଠନ କରିବା ଉପରେ ବିଚାର କରାଯିବ ବୋଲି ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ କହିଛନ୍ତି ।

Comments are closed.