କେନ୍ଦ୍ରର କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭାବ, ଭୁବନେଶ୍ୱରରେ ରାସ୍ତରୋକ

ଭୁବନେଶ୍ୱର- ମୋଦି ସରକାରଙ୍କ କୃଷି ଆଇନ ବିରୋଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ମିଳିତ ଭାବେ ଆଜି ଭାରତବନ୍ଦ ଡାକରା ଦିଆଯାଇଛି । ଅନ୍ୟାନ୍ୟ ସଂଗଠନ ଭାରତ ବନ୍ଦକୁ ସମର୍ଥନ କରିଛନ୍ତିା ଦିନ ୧୧ଟାରୁ ୩ଟା ଯାଏଁ ବନ୍ଦ ପାଳନ ହେବ ବୋଲି କୃଷକ ସଂଗଠନଗୁଡିକ କହିଥିଲେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ସକାଳୁ ଦେଖିବାକୁ ମିଳିଛି । ୨୦ରୁ ଅଧିକ ରାଜନୈତିକ ଦଳ ବନ୍ଦକୁ ସମର୍ଥନ ଦେଇଛନ୍ତି । ରାଜ୍ୟରେ କଂଗ୍ରେସ ବନ୍ଦକୁ ସମର୍ଥନ କରୁଛି । ଭାରତବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟରେ ସରକାରୀ ଅଫିସଗୁଡିକ ଛୁଟି ରହିଛି । ଭୁବନେଶ୍ୱରରେ ମୋ ବସ ସେବାକୁ ସସପେଣ୍ଡ କରିଦିଆଯାଇଥିବା ବେଳେ ଆହାର କେନ୍ଦ୍ରଗୁଡିକ ବନ୍ଦ ରହିଛି । ରାଜଧାନୀ ଭୁବନେଶ୍ୱରରେ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ରାସ୍ତାରୋକ କରିଛନ୍ତି ବନ୍ଦ ସମର୍ଥକ । ଦୋକାନ ବଜାର ବନ୍ଦ ରହିଛି । ରାଜ୍ୟରେ କେଉଁଠି କେଉଁଠି ଜାତୀୟ ରାଜପଥ ଅବରୋଧ କରାଯାଇଛି । ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ବନ୍ଦ ପାଳନର ପ୍ରଭାବେ ଦେଖିବାକୁ ମିଳିଛି । ଗାଡି ଚଳାଚଳ ବନ୍ଦ ରହିଛି ।

Comments are closed.