କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ କରୋନା ପଜିଟିଭ୍

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ନିଶଙ୍କ କହିଛନ୍ତି, ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଚାଲିଛି। ନିକଟରେ ଯେଉଁମାନେ ମୋ ସହିତ ସଂସ୍ପର୍ଶରେ ଆସିଥିଲେ ସେମାନେ ସମସ୍ତେ ସତର୍କ ରୁହନ୍ତୁ ଏବଂ ନିଜର କୋଭିଡ୍ ଟେଷ୍ଟ କରନ୍ତୁ | ” ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟ ପୂର୍ବପରି ଜାରି ରହିବ ।

କରୋନା ମାମଲାରେ ଦ୍ରୁତ ବୃଦ୍ଧି ଘଟିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ୨୮୩୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ୨୭୭ ରୋଗୀଙ୍କର ମୃତ୍ୟୁ ହୋଇଥିଲା। ନିକଟ ଅତୀତରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ, କିରଣ ରିଜିଜୁ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଆନନ୍ଦ ଶର୍ମା କରୋନାରେ ସଂକ୍ରମିତ ହୋଇଥିଲେ।

Comments are closed.