କେରଳ ଓ ଉତ୍ତରାଖଣ୍ଡ ପରେ ଏବେ ଓଡିଶାରେ ଯାତ୍ରୀବାହୀ ଯାନ ବାହାନ ପାଇଁ ଲାଗୁ ହେବ ଭେଇକିଲ ଟ୍ରାକିଂ ସିଷ୍ଟମ

ଭୁବନେଶ୍ୱର- କେରଳ ଓ ଉତ୍ତରାଖଣ୍ଡ ପରେ ଦେଶର ତୃତୀୟ ରାଜ୍ୟ ଭାବେ ଓଡିଶାରେ ଲାଗୁ ହେବାକୁ ଯାଉଛି ଭେଇକିଲ୍ ଟ୍ରାକିଂ ସିଷ୍ଟମ –ଭିଟିଏସ୍ । ସବୁ ଯାତ୍ରୀବାହୀ ଯାନବାହନ ପାଇଁ ଭିଟିଏସ୍ ବାଧ୍ୟତାମୂଳକ ହେବ । ପରିବହନ ବିଭାଗ ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଭିଟିଏସ୍ ଦ୍ୱାରା ଗାଡିର ଅବସ୍ଥିତି ସହିତ ଯାତ୍ରୀଙ୍କ ସୁରକ୍ଷା ସଂପର୍କରେ ତଥ୍ୟ ମିଳିପାରିବ । ଅଟୋଠାରୁ ଆରମ୍ଭ କରି ବସ୍ ପର୍ଯ୍ୟନ୍ତ ସବୁ ଗାଡିରେ ଲାଗିବ ଅଟୋମେଟିବ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ –(ଏଆଇଏସ-୧୪୦ )ର ସିଷ୍ଟମ ରହିବ । ଏଥିପାଇଁ ମୋଟ ୧୫ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଆଇଟି କଂପାନି ୱିପ୍ରୋ ସହିତ ଆଲୋଚନା ହୋଇଥିବା ବେଳେ ସିଷ୍ଟମକୁ ଗାଡି ମାଲିକଙ୍କୁ କିଣିବାକୁ ପଡିବ । ସିମ୍ ଯୁକ୍ତ ମେସିନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ . ସେଂଟ୍ରାଲ ସର୍ଭର କଂଟ୍ରୋଲ ରୁମ ପ୍ରତିଷ୍ଠା ସହ ସିଷ୍ଟମ ଯୋଗାଉଥିବା କଂପାନି ସହ ପରିବହନ ବିଭାଗର ବାହାନ ଆପ୍ଲିକେସନ ସହିତ ସଂଯୋଗ ରହିବ । ମହିଳା ଯାତ୍ରୀଙ୍କ ସିଟ୍ ନିକଟରେ ଜରୁରୀ ବଟନ୍ ବ୍ୟବସ୍ଥା ରହିବ । ଫଳରେ ସମସ୍ତ ଗାଡିର ଅବସ୍ଥିତି ଓ ଯାତ୍ରୀଙ୍କ ସୁରକ୍ଷା ସଂପର୍କିତ ବିସ୍ତୃତ ତଥ୍ୟ କଂଟ୍ରୋଲ ରୁମରେ ରହିବ ।

ଭିଟିଏସ କାର୍ଯ୍ୟକାରୀ କରିଥିବା ଦୁଇ ରାଜ୍ୟ କେରଳ ଓ ଉତ୍ତରାଖଣ୍ଡକୁ ରାଜ୍ୟ ସରକାରଙ୍କ ଏକ ଟେକ୍ନିକାଲ୍ ଟିମ୍ ଫେବ୍ରୁଆରୀରେ ଗସ୍ତ କରିବେ ।

Comments are closed.