କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୦ ମୃତ

ମୁମ୍ବାଇ – ମୁମ୍ବାଇର ଏକ କୋଭିଡ୍‌-୧୯ ହସ୍ପିଟାଲରେ ନିଆଁ ଲାଗିଯିବାରୁ ୧୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଆଉ ୭୦ ରୋଗୀଙ୍କୁ ସୁରକ୍ଷିତ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଏହି ଘଟଣା ଗୁରୁବାର ବିଳମ୍ବିତ ରାତିରେ ଭାଣ୍ଡୁପ ଅଞ୍ଚଳରେ ଘଟିଛି । ପୋଲିସ୍‌ର ସୂଚନା ଅନୁଯାୟୀ, ଡ୍ରିମ୍ସ ମଲ୍‌ରେ ଥିବା ସନ୍‌ରାଇଜ ହସ୍ପିଟାଲରେ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା । ପାଞ୍ଚ ମହଲା ବିଶିଷ୍ଟ ମଲ୍‌ର ତୃତୀୟ ମହଲାରେ ଏହି ହସ୍ପିଟାଲ୍ ରହିଛି ।ଘଟଣା ବେଳେ ହସ୍ପିଟାଲରେ ୭୬ ରୋଗୀ ଭର୍ତ୍ତି ହୋଇଥିଲେ । ପ୍ରାୟ ୧୨ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ଅକ୍ସିଜେନ୍ ସିଲିଣ୍ଡର ଫାଟି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତୀ ଉଦ୍ଧବ ଠାକରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ନିଆଁ ପ୍ରଥମେ ମଲ୍‌ର ତଳ ମହଲାରେ ଲାଗି ପରେ ଉପର ମହଲାକୁ ବ୍ୟାପିଥିଲା ବୋଲି ଠାକରେ କହିଛନ୍ତି । ଏହି ଘଟଣା ପାଇଁ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ମୃତକଙ୍କ ପରିବାର ବର୍ଗ ପାଇଁ ମହାରାଷ୍ଟ୍ର ସରକାର ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

Comments are closed.