କୋଭିଡ ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶାରେ କୋଭିଡ ଟିକା କୋଭିସିଲ୍ଡ ପଂହଚିଥିବାରୁ ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୂଲ୍ୟବାନ ଜୀବନ ବ୍ୟାପକ ରକ୍ଷା ପାଇଁ କୋଭିଡ ଟିକାକରଣ ଲାଗି ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଙ୍ଗନବାଡି କର୍ମୀଙ୍କ ସମେତ ସମ୍ମୁଖଭାଗ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ଉପରେ ଫୋକସ ରହିବ ବୋଲି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.