କୋଭିଡ ନିୟନ୍ତ୍ରଣ ପାଇଁ ୧୨ ଓଏଏସ ଅଧିକାରୀଙ୍କୁ ପଶ୍ଚିମ ଓଡିଶାର ୫ଟି ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର- କୋରୋନା ମୁକାବିଲା ପାଇଁ ପଦକ୍ଷେପ ସ୍ୱରୂପ ୧୨ ଓଏଏସ ଅଧିକାରୀଙ୍କୁ ପଶ୍ଚିମ ଓଡିଶାର ୫ଟି ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ନୂଆପଡା ଜିଲ୍ଲା ପାଇଁ ଓଏଏସ ଅଧିକାରୀ ହେମନ୍ତ କୁମାର ସିଂହ, ବିବେକାନନ୍ଦ ସାହୁ ଓ ଶ୍ୱେତକୁମାର ଦାଶଙ୍କୁ ଦାୟିତ୍ୱ ଦିଆଯାଇଛି ।

ବଲାଙ୍ଗିର ଜିଲ୍ଲା ପାଇଁ ଅଯୋଧ୍ୟାକାନ୍ତ ଶଥପଥୀ, ଦିଲୀପ କୁମାର ମହାପାତ୍ର, ବରଗଡ ଜିଲ୍ଲା ପାଇଁ ଦୁର୍ଗାପ୍ରସାଦ ମହାପାତ୍ର ଓ ଧୀରେନ୍ଦ୍ର କୁମାର କରଙ୍କୁ ଦାୟିତ୍ୱ ଦିଆଯାଇଛି । ସମ୍ବଲପୁର ପାଇଁ ମଧୁସୂଦନ ବେହେରା, ପ୍ରଭାତ କୁମାର ସାହୁ, ସୁନ୍ଦରଗଡ ପାଇଁ ସନ୍ତୋଷ ଦାସ, ଆଶିଷ ଜେନା ଓ ଦେବାଶିଷ ପଟ୍ଟନାୟକଙ୍କୁ ଦାୟିତ୍ୱ ମିଳିଛି । ଏହି ଓଏଏସ ଅଧିକାରୀମାନେ ଜିଲ୍ଲାପାଳମାନଙ୍କ ଅଧୀନରେ ସିଧାସଳଖ କାମ କରିବେ ।

Comments are closed.