କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨-୧୬ ସପ୍ତାହ ବୃଦ୍ଧି କରିବାକୁ ସୁପାରିସ

ନୂଆଦିଲ୍ଲୀ: ଭାରତରେ କରୋନା ବିରୋଧରେ ଚାଲିଥିବା ଟୀକାକରଣରେ ଏବେ ଦୁଇଟି ଟିକା ବ୍ୟବହାର କରାଯାଉଛି – ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍ ର କୋଭାକ୍ସିନ | ଲୋକଙ୍କୁ ଏହି ଦୁଇଟି ଟିକାର ଦୁଇଟି ଡୋଜ୍ ଦିଆଯାଉଛି | ଅନେକ ରାଜ୍ୟରେ ଏବେ ଟିକାର ଅଭାବ ଦେଖାଦେଇଛି | ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରେ ମଧ୍ୟ ଅନେକ ରାଜ୍ୟରେ ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କ ଟୀକାକରଣ ଆରମ୍ଭ ହୋଇପାରିନାହିଁ। ଏହାରି ଭିତରେ କୋଭିଶିଲ୍ଡର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ବଢାଇବାକୁ ଏକ ସରକାରୀ ପ୍ୟାନେଲ ସୁପାରିଶ କରିଛି।
ସରକାରଙ୍କ ଜାତୀୟ ଟିକାକରଣ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଆଇଟିଏଜି) କୋଭିଶିଲ୍ଡ ଟିକା ର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ୧୨-୧୬ ସପ୍ତାହକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି | କୋଭାକ୍ସିନ୍ କ୍ଷେତ୍ରରେ କୌଣସି ପରିବର୍ତ୍ତନ ପାଇଁ ସୁପାରିଶ କରାଯାଇ ନାହିଁ |

କୋଭିଶିଲ୍ଡ ଟୀକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଚାହିଦା ମୁତାବକ ଟିକା ଉତ୍ପାଦନ କରିବାକୁ ସଂଘର୍ଷ କରୁଥିବା ବେଳେ କୋଭିଶିଲ୍ଡର ଦ୍ବିତୀୟ ଡୋଜ୍ ପାଇଁ ବ୍ୟବଧାନ ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି |

ଗତ ତିନିମାସ ମଧ୍ୟରେ ତୃତୀୟ ଥର ପାଇଁ କୋଭିଶିଲ୍ଡର ପ୍ରଥମ ଓ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ୨୮ ଦିନ ପରିବର୍ତ୍ତେ କୋଭିଶିଲ୍ଡର ଦ୍ବିତୀୟ ଡୋଜ୍ ବ୍ୟବଧାନକୁ ୬-୮ ସପ୍ତାହକୁ ବୃଦ୍ଧି କରିବାକୁ କହିଥିଲେ ।

Comments are closed.