ଝାରପଡା ଜେଲ୍ ସୁପରିଟେଣ୍ଡେଂଟ୍ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଦଳି

ଭୁବନେଶ୍ୱର- ଜେଲ୍ ବିଭାଗରେ ଅଦଳ ବଦଳ କରାଯାଇଛି । ଝାରପଡା ଜେଲ୍ ସୁପରିଟେଣ୍ଡେଂଟ୍ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗୀର ଜେଲକୁ ବଦଳି କରାଯାଇଛି । ସରୋଜ କୁମାର ବିଶ୍ୱାଳ ହୋଇଛନ୍ତି ଝାରପଡା ଜେଲର ନୂଆ ସୁପରିଟେଣ୍ଡେଂଟ୍ । ବର୍ତ୍ତମାନ ସେ ପୁରୀ ଜେଲ୍ ଦାୟିତ୍ୱରେ ଅଛନ୍ତି । ବଲାଙ୍ଗିର ଜେଲ୍ ସୁପରିଟେଣ୍ଡେଂଟ୍ ଉର୍ମିଳା ମିଂଜଙ୍କୁ ପୁରୀ ଜେଲକୁ ବଦଳି କରାଯାଇଛି ।

Comments are closed.