କୋରାପୁଟ ଜିଲ୍ଲାରୁ ପୁଣି ବିପୁଳ ପରିମାଣରେ ଗଞ୍ଜେଇ ଜବତ

କୋରାପୁଟ-କୋରାପୁଟ ଜିଲ୍ଲାରେ ପୁଣି ଥରେ ଗଞ୍ଜେଇ ଜବତ ହୋଇଛି । ଜିଲ୍ଲାର ବିଭିନ୍ନ ଅଂଚଳରୁ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଲମତାପୁଟ ଓ ପାଡୁଆ ଥାନା ଅଂଚଳରୁ ଗଞ୍ଜେଇ ଜବତ ହୋଇଛି । ଲମତାପୁଟରୁ ୨୩୭ କେଜି ଓ ପାଡୁଆ ଅଂଚଳରୁ ୪୮୦ କେଜି ଗଂଜେଇ ଜବତ ହୋଇଛି । କୋରାପୁଟ ଓ ନନ୍ଦପୁର ପୋଲିସଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇ ଗଞ୍ଜେଇ ଜବତ କରାଯାଇଥିଲା । ୩ଟି ଗାଡି ବି ଜବତ କରାଯାଇଛି । ତେବେ ଘଟଣାରେ ସଂପୃକ୍ତ ଥିବା ୬ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛନ୍ତି ।

Comments are closed.