କୋରୋନା କଟକଣାରେ ବସିବ ବିଧାନସଭା ଅଧିବେଶନ, ଦର୍ଶକ ଗ୍ୟାଲେରୀରେ ବି ବସିପାରିବେ ବିଧାୟକ, ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି

ଭୁବନେଶ୍ୱର- କୋରୋନା କଟକଣା ମଧ୍ୟରେ ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି ଚାଲିଛି । ପାର୍ଲାମେଂଟ୍ ଢାଂଚାରେ ବିଧାନସଭା ଅଧିବେଶନ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ । ବିଧାୟକମାନେ ବସିବା ବେଳେ ପରସ୍ପରଠାରୁ ୪ ଫୁଟ ଦୂରତା ରଖିବେ ।

ବାଚସ୍ପତି ଆହୁରି ବି ସୂଚନା ଦେଇଛନ୍ତି ଯେ, ଦର୍ଶକ ଗ୍ୟାଲେରୀରେ ବି ବିଧାୟକ ବସିପାରିବେ । ୧୪୫ଟି ସିଟ୍ ପ୍ରସ୍ତୁତ ଅଛି । ସଂସଦ ଭଳି ବିଧାୟକଙ୍କ ଆସନ ଆଗରେ କାଚ ଲାଗିଛି । ଯେଉଁ ବରିଷ୍ଠ ବିଧାୟକମାନେ ଆସିପାରିବେ ନାହିଁ , ସେମାନେ ଆଗୁଆ ଜଣାଇବେ । ଜିଲ୍ଲା ମୁଖ୍ୟାଳୟ ବା ନିଜ ଘରେ ଭିଡିଓ କନଫରେନସିଂରେ ବସିପାରିବେ । ବିଧାନସଭାକୁ ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି ମିଳିବ ବୋଲି ବାଚସ୍ପତି ପାତ୍ର ସୂଚନା ଦେଇଛନ୍ତି ।

Comments are closed.