କୋରୋନା ପରେ ଆଉ ଏକ ଚୀନ୍ ଭାଇରସଠାରୁ ବିପଦ, କ୍ୟାଟ କ୍ୟୁ ଭାଇରସ ନେଇ ବୈଜ୍ଞାନିକଙ୍କ ସତର୍କବାଣୀ

ନୂଆଦିଲ୍ଲୀ –କୋରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ଚୀନର ଆଉ ଏକ ଭୂତାଣୁକୁ ନେଇ ଚିନ୍ତା ପ୍ରକାଶ ପାଇଛି । ବୈଜ୍ଞାନିକମାନେ ଆଉ ଏକ ଚୀନ୍ ଭାଇରସ ଆବିଷ୍କାର କରିଛନ୍ତି , ଯାହା ଦ୍ୱାରା କି ବିଶ୍ୱରେ ଆଉ ଏକ ରୋଗ ବ୍ୟାପିବା ଆଶଙ୍କା ରହିଛି । ଏହି ଭାଇରସର ନାମ ହେଉଛି କ୍ୟାଟ୍ କ୍ୟୁ ଭାଇରସ ( ସିକ୍ୟୁଭି ) । ଏହି ଭାଇରସ ସଂପର୍କରେ ଆଇସିଏମଆର୍ ଭାରତ ସରକାରଙ୍କୁ ଚେତାବନୀ ଦେଇଛି । ସିକ୍ୟୁଭି ଭାରତରେ ବି ବ୍ୟାପିପାରେ ବୋଲି ଆଇସିଏମଆର୍ କହିଛି ।

ଏହି ଭାଇରସ ଆର୍ଥ୍ରୋପୋଡ୍ ଜନିତ ଭାଇରସ ଶ୍ରେଣୀର ଅନ୍ତର୍ଭୁକ୍ତ । ଏହା କ୍ୟୁଲେକ୍ସ ନାମକ ଏକ ମଶା ସମେତ ଘୁଷୁରୀଠାରେ ବି ଦେଖାଯାଏ । ଚୀନ ଓ ଭିଏତନାମରେ ଅଧିକ ସଂଖ୍ୟକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଖବର ମିଳିଛି । ଏହି ଭାଇରସ ଦ୍ୱାରା ଜ୍ୱରଜନିତ ଅସୁସ୍ଥତା ( ଫିବ୍ରାଇଲ୍ ଇଲନେସ୍ ) , ମେନିନଜିଟିସ୍ ଓ ପିଡ୍ରିଆଟିକ୍ ଏନସିଫାଲିଟିସ ଭଳି ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି ।

Comments are closed.