କୋରୋନା ମୁକାବିଲା ନେଇ ୨୧ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ଓ ସହର ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର –କୋରୋନା ମୁକାବିଲା ନେଇ ବିଭିନ୍ନ ଜିଲ୍ଲା ଓ ସହର ପାଇଁ ଆଇଏଏସ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଓ ଏନ୍‌. ତିରୁମାଲାଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ମଧୁସୂଦନ ପାଢୀଙ୍କୁ ଦାୟିତ୍ୱ ଦିଆଯାଇଛି । ବଲାଙ୍ଗିର, ବରଗଡ ଓ ନୂଆପଡା ପାଇଁ ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରା, ଝାରସୁଗୁଡା ଓ ସୁନ୍ଦରଗଡ ପାଇଁ ନିକୁଞ୍ଜ ବିହାରୀ ଧଳ, ମୟୂରଭଞ୍ଜ ଓ କେନ୍ଦୁଝର ପାଇଁ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟି, ଅନୁଗୁଳ, ଦେବଗଡ ଓ ଢେଙ୍କାନାଳ ପାଇଁ ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସମ୍ବଲପୁର ଓ ସୋନପୁର ପାଇଁ ଚିତ୍ରା ଅରୁଗୁମ, କଳାହାଣ୍ଡ, କନ୍ଧମାଳ ଓ ବୌଦ୍ଧ ପାଇଁ ଶାଶ୍ୱତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ଦାୟିତ୍ୱ ମିଳିଛି । ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ଜି. ମାଥିବତନମ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା ଓ ସୁରେଶ ଚନ୍ଦ୍ର ଦଳାଇଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

Comments are closed.