କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା : ଗତବର୍ଷ ଜୁନ୍ ମାସର କଟକଣା ପୁଣି ଲାଗୁ ପାଇଁ ସାଧାରଣ ପ୍ରଶାସନର ନିର୍ଦ୍ଦେଶ

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ସାଧାରଣ ପ୍ରଶାସନ ବିଭାଗ କଟକଣା ଜାରି କରିଛି । ଗତବର୍ଷ ଜୁନ ମାସରେ ଲାଗୁ ହୋଇଥିବା କଟକଣା ପୁନଃ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କର୍ମଚାରୀମାନେ ନିୟମିତ ୨୦ ସେକେଣ୍ଡ ହାତ ଧୋଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଫିସିଆଲ ମିଟିଂ ପାଇଁ ଭିଡିଓ କନଫରେନ୍ସକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ଅଫିସର ସବୁ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଅଫିସ ଭିତରେ କର୍ମଚାରୀଙ୍କ ମଧ୍ୟରେ ୨ ମିଟର ଦୂରତା ରହିବା ବାଧ୍ୟତାମୂଳକ । ନିୟମିତ ବ୍ୟବଧାନରେ ଅଫିସକୁ ସାନିଟାଇଜ କରାଯିବ ।

Comments are closed.