କୋ-ୱିନ୍ ଆପ୍‌ରେ ପଞ୍ଜିକରଣ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ – କୋଭିଡ୍ ଟିକା ନେବା ପାଇଁ କେନ୍ଦ୍ର ତରଫରୁ ପ୍ରସ୍ତୁତ କୋ-ୱିନ୍ ଆପ୍‌ରେ ପ୍ରଥମେ ପଞ୍ଜିକରଣ କରିବାକୁ ପଡିବ । ତେବେ ଏହି ଆପ୍‌ରେ ପଞ୍ଜିକରଣ ପାଇଁ ଆଧାର ପରିଚୟପତ୍ର ବାଧ୍ୟତାମୂଳକ କରାଯିବ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)ର ଭାରତୀୟ ଶାଖା ସହଯୋଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା କୋ-ୱିନ୍ ଆପ୍ ପ୍ରସ୍ତୁତ କରାଯାଇଛି । କୋଭିଡ୍ ଟିକାକରଣ ପାଇଁ ଏହି ଆପ୍‌ରେ ପଞ୍ଜିକରଣ କରିବାକୁ ହେଲେ ଆଧାର ପରିଚୟପ୍ରତ ବାଧ୍ୟତାମୂଳକ କରାଯିବ ନାହିଁ ବୋଲି ଲୋକସଭାରେ ଏକ ପ୍ରଶ୍ନର ଜବାବରେ ଚୌବେ କହିଛନ୍ତି । କୋ-ୱିନ୍ ଆପ୍ ପ୍ରସ୍ତୁତରେ ଫେବୃୟାରୀ ୧ ସୁଦ୍ଧା ୫୮.୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେ କହିଛନ୍ତି । ଲୋକଙ୍କ ତଥ୍ୟର ଗୋପନୀୟତା ରକ୍ଷା କରିବା ପାଇଁ ଏହି ଆପ୍‌ରେ ବ୍ୟବସ୍ଥା କରାଯାଇଛି । ସବୁ ତଥ୍ୟ ଏନକ୍ରିପଟ୍‌ଡ ଭାବେ ଏହି ଆପ୍‌ରେ ସୁରକ୍ଷିତ ରହିବ ବୋଲି ଚୌବେ ଲୋକସଭାରେ କହିଛନ୍ତି ।

Comments are closed.