କ୍ରମାଗତ ଦ୍ୱିତୀୟ ଦିନ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ – ପେଟ୍ରୋଲ-ଡିଜେଲ ଦର ପୁଣି ବଢ଼ିଛି । ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ କ୍ରମାଗତ ଦ୍ୱିତୀୟ ଦିନ ତେଲ ଦର ବଢ଼ାଇଛନ୍ତି । ଆଜି ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ୩୦ ପଇସା ବଢ଼ିଛି । ଏଥିସହ ଦେଶରେ ପେଟ୍ରୋଲ-ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୬.୯୫ ଟଙ୍କା ହୋଇଥିବା ବେଳେ ଡିଜଲ ବଢ଼ି ୭୭.୧୩ ଟଙ୍କା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଏବେ ଲିଟର ପିଛା ୯୩.୪୯ ଟଙ୍କା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୮୩.୯୯ଟଙ୍କାକୁ ବୃଦ୍ଧି ପାଇଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା ୮୮.୩୦ ଟଙ୍କା ଓ ଡିଜେଲ ୮୦.୭୧ ଟଙ୍କାରେ ପହଞ୍ଚିଛି । ଚେନ୍ନାଇରେ ପେଟ୍ରୋଲ ୮୯.୩୦ ଟଙ୍କା ଓ ଡିଜେଲ ଲିଟର ପିଛା ୮୨.୩୩ ଟଙ୍କା ହୋଇଛି ।

ପ୍ରାୟ ସପ୍ତାହେ ବ୍ୟବଧାନ ପରେ ଗତକାଲି ଦେଶରେ ତୈଳ ଦରରେ ବୃଦ୍ଧି ଘଟିଥିଲା । ପେଟ୍ରେଲ ଓ ଡିଜେଲ ୩୫ ପଇସା ଲେଖାଏଁ ବଢ଼ିଥିଲା । ନୂଆବର୍ଷରେ ୧୨ ଥର ତୈଳ ଦର ବୃଦ୍ଧି କରାଯାଇଛି ।

Comments are closed.