ଗଂଜାମ ଜିଲ୍ଲାର ଦଣ୍ଡନାଚ ଓ ବ୍ରହ୍ମପୁର ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ଆୟୋଜନ ନେଇ ବୈଠକ

ବ୍ରହ୍ମପୁର – ଏ ବର୍ଷ ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଚ ଓ ବ୍ରହ୍ମପୁରର ପ୍ରସିଦ୍ଧ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ଆୟୋଜନ ନେଇ ବୈଠକ ବସିଛି । ଏଥିରେ ବିଭିନ୍ନ କମିଟିର କର୍ମକର୍ତ୍ତା ଯୋଗ ଦେଇଥିଲେ । ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର କର୍ମକର୍ତ୍ତା ଙ୍କ ସହ ଦଣ୍ଡନାଚ ଓ ଠାକୁରାଣୀ ଯାତ୍ରା ଆୟୋଜନ ସଂପର୍କରେ ଆଲୋଚନା କରିଥିଲେ ।

କୋରୋନା ଯୋଗୁଁ ଗତଥର ଦଣ୍ଡନାଚ ଆୟୋଜନକୁ ଅନୁମତି ଦେଇ ନ ଥିଲା ପ୍ରଶାସନ । ଏଥର ଏପ୍ରିଲ ମାସରେ ଦଣ୍ଡନାଚ ସହ ପରମ୍ପରା ଅନୁସାରେ ବ୍ରହ୍ମପୁରର ଆରାଧ୍ୟା ଦେବୀ ମା’ ବୁଢୀ ଠାକୁୁରାଣୀଙ୍କ ଦ୍ୱିବାର୍ଷକ ଯାତ୍ରା ତିଥି ବି ପଡୁଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଗାଇଡଲାଇନ ଅନୁସାରେ ହିଁ ଉଭୟ ଦଣ୍ଡନାଚ ଓ ଠାକୁରାଣୀ ଯାତ୍ରା ଆୟୋଜନ ହୋଇପାରେ ।

Comments are closed.