ଘରୋଇ ହସପିଟାଲରେ କୋଭିଡ ରୋଗୀଙ୍କ ପାଇଁ ଶଯ୍ୟା ସଂରକ୍ଷଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- ଘରୋଇ ହସପିଟାଲରେ କୋଭିଡ ରୋଗୀଙ୍କ ପାଇଁ ଶ ଯ୍ୟା ସଂରକ୍ଷଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏସିଏସ ପି.କେ ମହାପାତ୍ର ସବୁ ଜିଲ୍ଲାପାଳ ଓ ମ୍ୟୁନିିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । କୋଭିଡ ରୋଗୀଙ୍କ ପାଇଁ ୫୦ ପ୍ରତିଶତ ଶଯ୍ୟା ସଂରକ୍ଷଣ ହେବ । ସାଧାରଣ ବେଡ୍ ସହ ଭେଂଟିଲେଟର ଓ ଆଇସିୟୁ ବେଡ୍ ସଂରକ୍ଷଣ କରାଯିବ । ଯେଉଁ ଘରୋଇ ହସପିଟାଲରେ ୩୦ରୁ ଅଧିକ ଆଇସିୟୁ ଥିବ,ସେଠାରେ ଏହି ସଂରକ୍ଷଣ ନିୟମ ଲାଗୁ ହେବ । ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ଘରୋଇ ହସପିଟାଲଗୁଡିକ ନିୟମ ମାନୁଛନ୍ତି କି ନାହିଁ, ତାହା ଯାଂଚ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Comments are closed.