ଚପଲ ଫିଙ୍ଗା ଘଟଣାରେ ୩ ବିଜେପି ବିଧାୟକଙ୍କୁ ନିଲମ୍ବନ କଲେ ବିଧାନସଭା ବାଚସ୍ପତି

ଭୁବନେଶ୍ୱର-ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ୩ ବିଜେପି ବିଧାୟକଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ବିଧାୟକମାନେ ହେଲେ ମୋହନ ମାଝୀ, ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ । ଭିଡିଓ ଫୁଟେଜ ତର୍ଜମା କଲା ପରେ ବାଚସ୍ପତି ତିନି ବିଧାୟକଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବନ ପରେ ତିନି ବିଧାୟକ ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

Comments are closed.