ଚୋରା ବନ୍ଧୁକ ମିଳିବା ଘଟଣା, ଧଳସାମନ୍ତ ଭ୍ରାତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ କମିଶନରେଟ ପୋଲିସ

କଟକ- ଧଳସାମନ୍ତ ଭ୍ରାତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା କମିଶନରେଟ ପୋଲିସ । ଧଳସାମନ୍ତ ଭ୍ରାତାଙ୍କ ସିଡିଏ ସ୍ଥିତ ବାସଭବନରେ ଚଢାଉ କରାଯାଇ ୧୬ଟି ଚୋରା ବନ୍ଧୁକ ଓ ୧୦୯୫ଟି ଗୁଳି ଜବତ କରାଯାଇଥିଲା ।

୨୦୧୬ରେ ଗିରଫ ପୂର୍ବରୁ ଦୁଇ ଭାଇ ଏହାକୁ ଲୁଚାଇ ରଖିଥିଲେ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଅଭିଯୁକ୍ତ ପ୍ରକାଶ ବେହେରାକୁ ଜେରା ବେଳେ ଧଳସାମନ୍ତଙ୍କ ଘରେ ଚୋରା ବନ୍ଧୁକ ଓ ଗୁଳି ଥିବା ନେଇ ସୂଚନା ମିଳିଥିଲା । ଏଥିପାଇଁ ଗତକାଲି ଚଢାଉ କରାଯାଇଥିଲା ।

ବନ୍ଧୁକଗୁଡିକ ବିହାରର ମୁଙ୍ଗେରରୁ ଆସୁଥିଲା । ଏ ନେଇ ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ କମିଶନର କହିଛନ୍ତି । ଚଢାଉ ପରେ ୮ ଜଣଙ୍କୁ ଗିରଫ କରାଯାଇଛି ଓ ୪ଟି ବାଇକ ଜବତ ହୋଇଛି ।

Comments are closed.